ବେୟରରେ, ଆମେ ବିଶ୍ୱାସ କରୁ ଯେ ମଣିଷର କୌଶଳ ହିଁ କୃଷିର ଭବିଷ୍ୟତ ଗଠନ କରିପାରିବ। ସ୍ୱାସ୍ଥ୍ୟ ଓ ପୋଷଣର ଉନ୍ନତି ପାଇଁ 150 ବର୍ଷରୁ ଅଧିକ ସମୟ ଧରି ଆମେ ବିଜ୍ଞାନ ଓ କଳ୍ପନାକୁ ବ୍ୟବହାର କରି ଆସିଛୁ। ଏବଂ ମିଳିତ ଭାବେ ଆମେ ଆହୁରି ଅନେକ କିଛି ହାସଲ କରିପାରିବା। ଆମେ ଏପରି ଏକ ବିଶ୍ୱ ପାଇଁ ପ୍ରତିବଦ୍ଧ ଯେଉଁଠାରେ ଜୈବ ବିବିଧତା ମାନବ ଜାତି ସହିତ ସମନ୍ୱୟ ରକ୍ଷା କରି ବିକଶିତ ହେବ। ଯେଉଁଠାରେ କ୍ଷୁଧା ଓ ଜଳବାୟୁ ପରିବର୍ତ୍ତନ ଶବ୍ଦ ଇତିହାସ ପୁସ୍ତକରେ ସ୍ଥାନିତ ହୋଇଥିବ । ଯେଉଁଠାରେ ପରିବାର ଓ ସମ୍ପ୍ରଦାୟ ପାଇଁ ଜୀବନରେ ଉନ୍ନତି ଆଣିବାରେ ସାହାୟ୍ୟ କରିବା ପାଇଁ ଅଧିକ ଅନୁକୂଳ ଏବଂ ସ୍ଥିତିସ୍ଥାପକ ଉଦ୍ଭିଦ ସହିତ କୃଷିକ୍ଷେତ୍ର ଅଧିକ ସ୍ଥାୟୀ ହୋଇଥିବ। ସଂକ୍ଷେପରେ କହିଲେ, ଯେଉଁଠି କୃଷି ହେଉଛି ସମାଧାନର ଏକ ଅଂଶ। କୃଷି କ୍ଷେତ୍ରରେ ଜଣେ ମାର୍ଗଦର୍ଶକ ଭାବେ ଏହି ମୁହୂର୍ତ୍ତକୁ ହୃଦୟଙ୍ଗମ କରିବାର ସୁୟୋଗ ଓ ଦାୟିତ୍ୱ ଆମ ପାଖରେ ରହିଛି। ଯାହା ସମ୍ଭବ ତାହାକୁ ଅକ୍ଲାନ୍ତ ଭାବେ ଆକାର ଦେଇ ମାନବତାକୁ ଆଗକୁ ବଢ଼ାଇବା ପାଇଁ।